Skip to main content

Black Eagle Books

Ama Samayara Kahani: Piladina

No reviews yet
Product Code: 9781645604655
ISBN13: 9781645604655
Condition: New
$19.30

Ama Samayara Kahani: Piladina

$19.30
 

ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍]ବମ୍]ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।

ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ଥିଲା । 'ପିଲାଦିନ' ସଂକଳନ 'ଆମ ସମୟର କାହାଣୀ' ଶୃଙ୍ଖଳାର ପ୍ରଥମ ସଂକଳନ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ ଓ ପ୍ରସଙ୍ଗକୁ ନେଇ ଏଭଳି କେତେକ ଗଳ୍ପ ସଂକଳନ ପ୍ରକାଶ ପାଇଁ ଯେଉଁ ସାନ ଯୋଜନାଟିଏ ରହିଛି ଏଇଟି ତା'ର ପ୍ରଥମ ପଦକ୍ଷେପ । ଏହାର ଗପଗୁଡ଼ିକ ପିଲାଦିନକୁ ଖୋଜି ପାଇବାରେ ଗୋଟେ ଗୋଟେ ମଧୁର ପ୍ରୟାସ । ଏଗୁଡ଼ିକୁ ପଢ଼ିଲାବେଳେ ମୁଁ ନିଜେ ପ୍ରଚୁର ରସଘନ ମୁହୂର୍ତ୍ତର ସାନ୍ନିଧ୍ୟ ଲାଭ କରିଛି । ହସିଛି, କାନ୍ଦିଛି, ରୁଷିଛି ଓ ଭାବପ୍ରବଣ ହୋଇପଡ଼ିଛି । ସେଇ ସମ୍ଭବତଃ ମୋ ଉଦ୍ୟମର ଯଥାର୍ଥ ପାରିଶ୍ରମିକ । ଓଡ଼ିଆ ଭାଷାର 'ପିଲାଦିନ'ର ଅନୁଭବ, ଅଭିଜ୍ଞତାକୁ ନେଇ ଆହୁରି ଅନେକ ଗପ ରହିଛି । ସବୁ ସମୟର କାହାଣୀ ଶୃଙ୍ଖଳାରେ ସେଭଳି ଗପଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାର ଯୋଜନା ମୋର ରହିଛି । ଇଏ କେବଳ ମୋ ଉଦ୍ୟମ ଓ ଆଭିମୁଖ୍ୟର ବିଶ୍ୱସନୀୟତା ସୃଷ୍ଟି ପାଇଁ ପ୍ରଥମ ପ୍ରୟାସ ।

ଆଶା କରୁĜ


Author: Gourahari Das
Publisher: Black Eagle Books
Publication Date: Oct 12, 2023
Number of Pages: 214 pages
Binding: Paperback or Softback
ISBN-10: 1645604659
ISBN-13: 9781645604655
 

Customer Reviews

This product hasn't received any reviews yet. Be the first to review this product!

Faster Shipping

Delivery in 3-8 days

Easy Returns

14 days returns

Discount upto 30%

Monthly discount on books

Outstanding Customer Service

Support 24 hours a day