Skip to main content

Black Eagle Books

Hey Jibana!

No reviews yet
Product Code: 9781645604693
ISBN13: 9781645604693
Condition: New
$19.30

Hey Jibana!

$19.30
 

ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।

ଡ. ରଥଙ୍କ ଏହି ସଂକଳନସ୍ଥ କେତେଗୁଡ଼ିଏ ପଂକ୍ତି ଆନ୍ଦୋଳିତ କଲା ।

୧) ଜୀବନ ବେଳାରେ ସୁଖର ଢେଉଟି

ସଦା ଆସେ ନାହିଁ ଫେରି

ହରଷ କାଳର ମଧୁର ସ୍ମୃତିଟି

ସଦା ପଡ଼େ ମନେ ଝରି (୧୧)

୨) ହସିଲା ମୁହଁରୁ ବୁଝନା ବଂଧୁ

ଦୁଃଖ ଯାଇଛି ଚାଲି

ଏତିକି ବୁଝିବ ଦୁଃଖକୁ ସିଏ




Author: Lingaraj Rath
Publisher: Black Eagle Books
Publication Date: Dec 28, 2023
Number of Pages: 150 pages
Binding: Paperback or Softback
ISBN-10: 1645604691
ISBN-13: 9781645604693
 

Customer Reviews

This product hasn't received any reviews yet. Be the first to review this product!

Faster Shipping

Delivery in 3-8 days

Easy Returns

14 days returns

Discount upto 30%

Monthly discount on books

Outstanding Customer Service

Support 24 hours a day