Skip to main content

Black Eagle Books

Mo Samaya Mo Sahitya

No reviews yet
Product Code: 9781645606253
ISBN13: 9781645606253
Condition: New
$17.46

Mo Samaya Mo Sahitya

$17.46
 

ଅନେକ ମୋତେ ପଚାରୁଛନ୍ତି ମୋର ବୟସ ଦୃଷ୍ଟିରୁ ଯେ ଆପଣ ଗୋଟିଏ ଆତ୍ମଜୀବନୀ ଲେଖୁଛନ୍ତି ତ? କେବେ ଲେଖିବେ? ମୁଁ ତା'ର ଠିକଣା ଉତ୍ତର ଦେଇ ପାରେ ନାହିଁ। ନିଜକୁ ନିଊନ କରି ହୁଏ ନାହିଁ, ଯେ ମୋର ବ୍ୟକ୍ତିଗତ ଜୀବନ ଆତ୍ମଜୀବନୀର ଯୋଗ୍ୟ ନୁହେଁ। ଯାହା ହେଉ ଏବେ ଜଣେ ପାଶ୍ଚାତ୍ୟ ଲେଖକ Jorge Louis Borges (୧୮୯୯-୧୯୮୬) ଙ୍କର ଛୋଟ ଲେଖାଟିଏ "Borges and I" ମୋ ଆଖିରେ ପଡ଼ିଲା, ଏବଂ ମୋତେ ସମଦୁଃଖୀଟିଏ ପାଇଲା ପରି ମନେ ହେଲା। ଏବଂ ସେଇ ମୋତେ ଭାଷା ଯୋଗାଇ ଦେଲେ ମୋର ନ୍ୟୂନତାବୋଧକୁ ମର୍ଯ୍ୟାଦା ଦେବା ପାଇଁ। ଧନ୍ୟବାଦ। ତାଙ୍କରି ଲେଖାର ଓଡ଼ିଆ ରୂପାନ୍ତର, ହେଲେ ମୋ ନିଜକୁ ନେଇ- "ମୁଁ ଏବଂ କିଶୋରୀଚରଣ।"

ତେବେ ଏଇ ସଙ୍କଳନର ଗୋଟିଏ ବିଶେଷତ୍ୱ ହେଉଛି ଏଇ ଯେ ଏଥିରେ ଥିବା ଅଧିକାଂଶ ଲେଖା ଆତ୍ମକଥନ ମୂଳକ। ଗୋଟିଏ ତ ପ୍ରତ୍ୟକ୍ଷ ଭାବରେ ମୋ ଜୀବନର କ୍ରମିକ ଅନୁଭୂତିରେ ରଞ୍ଜିତ-"ମୋ ସମୟ, ମୋ ସାହିତ୍ୟ"। ଏଇ ଲେଖାଟି ୧୯୯୫ରେ ଫ୍ରେଣ୍ଡ୍]ସ୍ ପବ୍ଲିସର୍ସଙ୍କ ଦ୍ୱାରା ପ୍ରକାଶିତ "ଲେଖକର ଦୁଃଖ" ସଙ୍କଳନରେ ସ୍ଥାନିତ ହୋଇଥିଲା। କିନ୍ତୁ ଏଥିରେ ଆତ୍ମଜୀବନୀର ଛାପ ଏତେ ବେଶୀ ଯେ ଏହା ମଧ୍ୟ ଉପରୋକ୍ତ ପ୍ରଶ୍ନକୁ କିଛି ଉତ୍ତର ଯୋଗାଇବ ବୋଲି ମୋର ମନେ ହେଲା। ସେହେତୁ ତା'କୁ ପୁଣି ଥରେ ଏଇ ସଂକଳନକୁ ଆଣିଛି, ଏବଂ ଶୀର୍ଷରେ ରଖିଛି।

ଅନ୍ୟ ସମସ୍ତ ଲେଖା ମଧ୍ୟ କେଉଁ ବନ୍ଧୁ କିମ୍ବା ସଭାସମିତିର 'ବନ୍ଧୁଗଣ'ଙ୍କ ପ୍ରତି ମୋର ଆତ୍ମିକ ନିବେଦନ, ଅଥବା କୌଣସି ପତ୍ରପତ୍ରିକାର ପ୍ରବନ୍ଧବିଭାଗରେ ଗୃହୀ


Author: Kishori Charan Das
Publisher: Black Eagle Books
Publication Date: Nov 28, 2024
Number of Pages: 92 pages
Binding: Paperback or Softback
ISBN-10: 1645606252
ISBN-13: 9781645606253
 

Customer Reviews

This product hasn't received any reviews yet. Be the first to review this product!

Faster Shipping

Delivery in 3-8 days

Easy Returns

14 days returns

Discount upto 30%

Monthly discount on books

Outstanding Customer Service

Support 24 hours a day